ରୋଗୀ ଆଣିବା ପାଇଁ ଯାଉଥିଲା ଆମ୍ବୁଲାନ୍ସ, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

ନୀଳଗିରି ୧୩।୦୩ : ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାଜ୍ୟ ରାଜପଥ ପୋଡାଶୂଳ ଅଞ୍ଚଳରେ ଦୁର୍ଘଟଣା । ରୋଗୀ ଆଣିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଆମ୍ବୁଲାନ୍ସ । ଗାଡିଟି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ପୋଡ଼ାଶୂଳ ଅଞ୍ଚଳରେ ଥିବା ରାସ୍ତାରେ ପୋଲ କାମ ଚାଲିଛି । ଏହି ସମୟରେ ମଙ୍ଗଳବାର ରାତିରେ ଏକ ଆମ୍ବୁଲାନ୍ସ ରୋଗୀ ଆଣିବା ପାଇଁ ଯାଉଥିଲା । ପୋଲ ଉପରେ ଗାଡିଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଥିଲା । ଏପିରିକି ଗାଡିଟି ପୋଲ ଉପରେ ଖସିପଡିଛି । ବିପଦପୂର୍ଣ୍ଣ ଅବସ୍ଥାରେ ଗାଡିଟି ଝୁଲି ରହିଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।  

ରୋଗୀ ଆଣିବା ପାଇଁ ଯାଉଥିଲା ଆମ୍ବୁଲାନ୍ସ, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

ନୀଳଗିରି ୧୩।୦୩ : ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାଜ୍ୟ ରାଜପଥ ପୋଡାଶୂଳ ଅଞ୍ଚଳରେ ଦୁର୍ଘଟଣା । ରୋଗୀ ଆଣିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଆମ୍ବୁଲାନ୍ସ । ଗାଡିଟି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ପୋଡ଼ାଶୂଳ ଅଞ୍ଚଳରେ ଥିବା ରାସ୍ତାରେ ପୋଲ କାମ ଚାଲିଛି । ଏହି ସମୟରେ ମଙ୍ଗଳବାର ରାତିରେ ଏକ ଆମ୍ବୁଲାନ୍ସ ରୋଗୀ ଆଣିବା ପାଇଁ ଯାଉଥିଲା । ପୋଲ ଉପରେ ଗାଡିଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଥିଲା । ଏପିରିକି ଗାଡିଟି ପୋଲ ଉପରେ ଖସିପଡିଛି । ବିପଦପୂର୍ଣ୍ଣ ଅବସ୍ଥାରେ ଗାଡିଟି ଝୁଲି ରହିଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।