ଚୀନ୍‌ର ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ୨୨ ଆହତ

ନୂଆଦିଲ୍ଲୀ ୧୩।୦୩: ଚୀନ୍‌ର ଉତ୍ତର ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ନ୍ୟୁଜ୍ ଏଜେନ୍ସି  ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ବୁଧବାର ହେବେଇ ପ୍ରାନ୍ତରେ ଥିବା ଏକ ରେଷ୍ଟୁରାଣ୍ଟରେ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ରାଜଧାନୀ ବେଜିଂ ଠାରୁ ୫୦ କିଲୋମିଟର ଦୂରରେ ଥିବା ସାନହେ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ଗ୍ୟାସ୍ ଲିକ୍ ହୋଇଥିବା ନେଇ ଜଣାପଡିଛି। ଘଟଣାର ତଦନ୍ତ ଚାଲିଛି।ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ବିସ୍ଫୋରଣ ଏତେ ଜୋର ଥିଲା ଯେ ପାଖରେ ଥିବା କୋଠା ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଗତ ମାସରେ ଚୀନ୍‌ର ପୂର୍ବ ସହର ନାନଜିଙ୍ଗର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ଯେଉଁଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୪ ଜଣ ଆହତ ହୋଇଥିଲେ।

ଚୀନ୍‌ର ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ୨୨ ଆହତ

ନୂଆଦିଲ୍ଲୀ ୧୩।୦୩: ଚୀନ୍‌ର ଉତ୍ତର ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ନ୍ୟୁଜ୍ ଏଜେନ୍ସି  ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ବୁଧବାର ହେବେଇ ପ୍ରାନ୍ତରେ ଥିବା ଏକ ରେଷ୍ଟୁରାଣ୍ଟରେ ଘଟିଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ରାଜଧାନୀ ବେଜିଂ ଠାରୁ ୫୦ କିଲୋମିଟର ଦୂରରେ ଥିବା ସାନହେ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣର କାରଣ ଗ୍ୟାସ୍ ଲିକ୍ ହୋଇଥିବା ନେଇ ଜଣାପଡିଛି। ଘଟଣାର ତଦନ୍ତ ଚାଲିଛି।

ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ବିସ୍ଫୋରଣ ଏତେ ଜୋର ଥିଲା ଯେ ପାଖରେ ଥିବା କୋଠା ଗୁଡିକ ମଧ୍ୟ ଭାଙ୍ଗି ଯାଇଛି । ଗତ ମାସରେ ଚୀନ୍‌ର ପୂର୍ବ ସହର ନାନଜିଙ୍ଗର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ହୋଇଥିଲା। ଯେଉଁଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୪ ଜଣ ଆହତ ହୋଇଥିଲେ।