ଯମଜ ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ ! ବାପା ବଲକୌର କଲେ ଖୁଲାସା

ମୁମ୍ଵାଇ ୧୩।୦୩: ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ଗତ କିଛି ମାସ ତଳେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ଶୁଣିବାକୁ ମିଳିଥିଲା। କୁହାଯାଇଥିଲା କି ତାଙ୍କ ମା ଗର୍ଭବତୀ ଅଛନ୍ତି। ୫୮ ବର୍ଷ ବୟସରେ ଚରଣ କୌର ଦ୍ୱିତୀୟ ସନ୍ତାନର ପାଇଁ ମା ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଚରଣ ଗର୍ଭଧାରଣ ପାଇଁ ଆଇଭିଏଫ୍‌ ସାହାଯ୍ୟ ନେଇଛନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ଚରଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଖବର ଆସିଛି।ଖବରରେ ଦାବି କରାଯାଉଛି କି ଗାୟକଙ୍କ ମା ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ତଥା ସିଦ୍ଧୁଙ୍କ ଫ୍ୟାନ୍ କ୍ଲବରେ ଚାଲିଥିବା ଏହି କଳ୍ପନା ଜଳ୍ପନାର ଗାୟକଙ୍କ ପିତା ବଲକୌର ସିଂ ବର୍ତ୍ତମାନ ଖୁଲାସା କରିଛନ୍ତି। ସେ ଫେସବୁକରେ ଏକ ପୋଷ୍ଟ ତାଙ୍କ ପତ୍ନୀ ଯାଆଁଳା ସନ୍ତାନ ଜନ୍ମ ବିଷୟରେ ସତ କହିଛନ୍ତି କି ପ୍ରଶଂସକମାନେ ଖୁବ୍ ଶୀଘ୍ର ଭଲ ଖବର ଶୁଣିବେ । ଦୟା କରି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଯାହାବି ଖବର ଆସିବ ଆମେ ଆପଣଙ୍କ ସହ ସେୟାର କରିବୁ । ଆଶା କରୁଛି ମୁସେୱାଲା ପରିବାରର ହସକୁ ନେଇ ସମସ୍ତେ ଅତ୍ୟଧିକ ଉତ୍ସାହିତ ଅଛନ୍ତି ।କହିବାକୁ ଗଲେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ବେଳେର ସିଦ୍ଧୁଙ୍କ ଶରୀରରେ ୨୪ ଟି ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଥିଲା। ତାଙ୍କ ମୃତ୍ୟୁ ପାଇଁ ଦାୟି ଲରେନ୍ସ ବିଷ୍ନୋଇ ଏବଂ ଗୋଲଡି ବରାର ଗ୍ୟାଙ୍ଗ । ସିଦ୍ଧୁ ପିତାମାତାଙ୍କର ଏକମାତ୍ର ପୁଅ ଥିଲେ । ତାଙ୍କ ଦେହାନ୍ତରେ ପିତାମାତାଙ୍କୁ ଗଭୀର ଆଘାତ ଲାଗିଥିଲା।  

ଯମଜ ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ ! ବାପା ବଲକୌର କଲେ ଖୁଲାସା

ମୁମ୍ଵାଇ ୧୩।୦୩: ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ଗତ କିଛି ମାସ ତଳେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ଶୁଣିବାକୁ ମିଳିଥିଲା। କୁହାଯାଇଥିଲା କି ତାଙ୍କ ମା ଗର୍ଭବତୀ ଅଛନ୍ତି। ୫୮ ବର୍ଷ ବୟସରେ ଚରଣ କୌର ଦ୍ୱିତୀୟ ସନ୍ତାନର ପାଇଁ ମା ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଚରଣ ଗର୍ଭଧାରଣ ପାଇଁ ଆଇଭିଏଫ୍‌ ସାହାଯ୍ୟ ନେଇଛନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ଚରଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଖବର ଆସିଛି।

ଖବରରେ ଦାବି କରାଯାଉଛି କି ଗାୟକଙ୍କ ମା ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ତଥା ସିଦ୍ଧୁଙ୍କ ଫ୍ୟାନ୍ କ୍ଲବରେ ଚାଲିଥିବା ଏହି କଳ୍ପନା ଜଳ୍ପନାର ଗାୟକଙ୍କ ପିତା ବଲକୌର ସିଂ ବର୍ତ୍ତମାନ ଖୁଲାସା କରିଛନ୍ତି। ସେ ଫେସବୁକରେ ଏକ ପୋଷ୍ଟ ତାଙ୍କ ପତ୍ନୀ ଯାଆଁଳା ସନ୍ତାନ ଜନ୍ମ ବିଷୟରେ ସତ କହିଛନ୍ତି କି ପ୍ରଶଂସକମାନେ ଖୁବ୍ ଶୀଘ୍ର ଭଲ ଖବର ଶୁଣିବେ । ଦୟା କରି ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଯାହାବି ଖବର ଆସିବ ଆମେ ଆପଣଙ୍କ ସହ ସେୟାର କରିବୁ । ଆଶା କରୁଛି ମୁସେୱାଲା ପରିବାରର ହସକୁ ନେଇ ସମସ୍ତେ ଅତ୍ୟଧିକ ଉତ୍ସାହିତ ଅଛନ୍ତି ।

କହିବାକୁ ଗଲେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ ବେଳେର ସିଦ୍ଧୁଙ୍କ ଶରୀରରେ ୨୪ ଟି ବୁଲେଟ୍ ଚିହ୍ନ ଦେଖିବାକୁ ମିଳିଥିଲା। ତାଙ୍କ ମୃତ୍ୟୁ ପାଇଁ ଦାୟି ଲରେନ୍ସ ବିଷ୍ନୋଇ ଏବଂ ଗୋଲଡି ବରାର ଗ୍ୟାଙ୍ଗ । ସିଦ୍ଧୁ ପିତାମାତାଙ୍କର ଏକମାତ୍ର ପୁଅ ଥିଲେ । ତାଙ୍କ ଦେହାନ୍ତରେ ପିତାମାତାଙ୍କୁ ଗଭୀର ଆଘାତ ଲାଗିଥିଲା।