ଚୋରା ମଦ କାରବାର ରୋକିବାକୁ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ଏଏସଆଇଙ୍କ ସମେତ ୪ ଆହତ

ଖଲ୍ଲିକୋଟ ୧୩।୩: ଚୋରା ମଦ କାରବାର ରୋକିବା ବେଳେ ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମ ଛକ ନିକଟରେ ନବଘନ ବିଶ୍ୱାଳଙ୍କ ଦୋକାନରେ ମଦ ବିକ୍ରି କରୁଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରିଥିଲା l ଫଳରେ ନବଘନ ବିଶ୍ୱାଳ ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି l ଆକ୍ରମଣରେ ଜଣେ ଏଏସଆଇ ଜି. ଅନନ୍ତ ରାଓଙ୍କ ସମେତ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି l ଅନ୍ୟପଟେ ଅଭିଯୁକ୍ତ ନବଘନ ବିଶ୍ୱାଳଙ୍କୁ ଗଞ୍ଜାମ ପୋଲିସ ଥାନାରେ ଅଟକ ରଖିଛି । ଥାନା ନିକଟରୁ ମାତ୍ର ୨ ଶହ ମିଟର ଦୂରରେ ଅଭିଯୁକ୍ତ ନବଘନ ଦୋକାନ ରହିଛି । ସେ ଚୋରା ମଦ କାରବାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରିକି ପୂର୍ବରୁ ମଧ୍ୟ ତା ନାମରେ  ଚୋରା ମଦ କାରବାର କରିବା ନେଇ ମାମଲା ରହିଛି ।You Can Read :ଓଡ଼ିଶାର ପଦ୍ମ ସମ୍ମାନପ୍ରାପ୍ତଙ୍କୁ ଦିଆଯିବ ମାସିକ ୨୫ହଜାର ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚୋରା ମଦ କାରବାର ରୋକିବାକୁ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ଏଏସଆଇଙ୍କ ସମେତ ୪ ଆହତ

ଖଲ୍ଲିକୋଟ ୩: ଚୋରା ମଦ କାରବାର ରୋକିବା ବେଳେ ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମ ଛକ ନିକଟରେ ନବଘନ ବିଶ୍ୱାଳଙ୍କ ଦୋକାନରେ ମଦ ବିକ୍ରି କରୁଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରିଥିଲା l ଫଳରେ ନବଘନ ବିଶ୍ୱାଳ ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି l ଆକ୍ରମଣରେ ଜଣେ ଏଏସଆଇ ଜି. ଅନନ୍ତ ରାଓଙ୍କ ସମେତ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି l ଅନ୍ୟପଟେ ଅଭିଯୁକ୍ତ ନବଘନ ବିଶ୍ୱାଳଙ୍କୁ ଗଞ୍ଜାମ ପୋଲିସ ଥାନାରେ ଅଟକ ରଖିଛି । 

ଥାନା ନିକଟରୁ ମାତ୍ର ୨ ଶହ ମିଟର ଦୂରରେ ଅଭିଯୁକ୍ତ ନବଘନ ଦୋକାନ ରହିଛି । ସେ ଚୋରା ମଦ କାରବାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରିକି ପୂର୍ବରୁ ମଧ୍ୟ ତା ନାମରେ  ଚୋରା ମଦ କାରବାର କରିବା ନେଇ ମାମଲା ରହିଛି ।

You Can Read :

ଓଡ଼ିଶାର ପଦ୍ମ ସମ୍ମାନପ୍ରାପ୍ତଙ୍କୁ ଦିଆଯିବ ମାସିକ ୨୫ହଜାର ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ