ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ: ସମୂହ ଅଣ୍ଡାଦାନ ସ୍ଥାନକୁ ପର୍ଯ୍ୟଟକଙ୍କୁ ବାରଣ କଲା ବନବିଭାଗ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପର୍ଯ୍ୟଟକଙ୍କ ଲାଗି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଅଞ୍ଚଳ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ବନ ବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଏବେ ଋଷିକୂଲ୍ୟା ଓ ଗହୀରମଥା ମୁହାଣକୁ ଅଲିଭ ରିଡଲେ କଇଁଛ ଆଗମନ ଆରମ୍ଭ ହୋଇଛି । ଦେବୀ, ଋଷିକୂଲ୍ୟା ଓ ମହାନଦୀ ମୁହାଣରେ ମଧ୍ୟ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ତେଣୁ […]

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପଦକ୍ଷେପ: ସମୂହ ଅଣ୍ଡାଦାନ ସ୍ଥାନକୁ ପର୍ଯ୍ୟଟକଙ୍କୁ ବାରଣ କଲା ବନବିଭାଗ
Untitled 1 11

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପର୍ଯ୍ୟଟକଙ୍କ ଲାଗି ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରୁଥିବା ସମସ୍ତ ଅଞ୍ଚଳ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ବନ ବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ଏବେ ଋଷିକୂଲ୍ୟା ଓ ଗହୀରମଥା ମୁହାଣକୁ ଅଲିଭ ରିଡଲେ କଇଁଛ ଆଗମନ ଆରମ୍ଭ ହୋଇଛି । ଦେବୀ, ଋଷିକୂଲ୍ୟା ଓ ମହାନଦୀ ମୁହାଣରେ ମଧ୍ୟ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ତେଣୁ ଏବେ ଠାରୁ ଯେକୌଣସି ସମୟରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ତେଣୁ ସେସବୁ ଅଞ୍ଚଳକୁ ପର୍ୟ୍ୟଟକଙ୍କ ଲାଗି ବ୍ୟାନ କରାଯାଇଛି। କଇଁଛ ଛୁଆ ଜନ୍ମ ହୋଇ ସମୁଦ୍ରକୁ ଯିବା ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ । ପ୍ରତିବର୍ଷ କଇଁଛମାନେ ବହୁ ସଂଖ୍ୟାରେ ଏଠାକୁ ଆସୁଛନ୍ତି । ଏହା ଆମ ପାଇଁ ଗର୍ବ ଓ ଗୌରବ । ସମସ୍ତ ଜନସାଧାରଣଙ୍କୁ ମୁଁ ଅନୁରୋଧ କରିବି ସେମାନଙ୍କୁ ଯାଇ ଦେଖିକି ହଇରାଣ କରନ୍ତୁ ନାହିଁ । ସେମାନେ ସୁରୁଖୁରୁରେ ଗଣ ଅଣ୍ଡାଦାନ କରି ଫେରି ଯିବେ । ସେଥିପାଇଁ ବନ ବିଭାଗ ଓ ପ୍ରଶାସନକୁ ସହାୟତା କରନ୍ତୁ।