୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

ଭୁବନେଶ୍ବର: ୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ଓରଫ୍... The post ୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ appeared first on .

ଭୁବନେଶ୍ବର: ୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ । ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ଓରଫ୍ ଭୋଇକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ ବେହେରା । ଏହାସହ ପୀଡିତା ଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ଭରଣ ପୋଷଣ ପାଇଁ ବ୍ଯବସ୍ଥା ଜିଲ୍ଲା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯  ଡିସେମ୍ବର ୧୯ ତାରିଖରେ ବାଲିପାଟଣା ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ପିଡିତା ମୁକ ଓ ବଧିର ହୋଇଥିବାରୁ ମାମଲା ଲଢିବା ବେଶ ଚ୍ୟାଲେଞ୍ଜିଂ ଥିଲା । ସେ କଥା କହି ପାରୁ ନଥିଲେ ମଧ୍ୟ ଠାରରେ ବିଚାରପତିଙ୍କ ସମ୍ମୁଖରେ ବୟାନ ଦେଇଥିଲା । ପୀଡିତାଙ୍କ ପକ୍ରଷରୁ ସରକାରୀ ଓକିଲ ଡଃ ସୁରେଶ କୁମାର ବାରିକ ମାମଲା ପରିଚାଳନା କରିଥିଲେ । ପିଡିତାଙ୍କ ବୟାନ ଓ ସମସ୍ତ ତଥ୍ୟକୁ ଭିତିକରି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ ଆଜି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

The post ୫ ବର୍ଷ ପରେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ appeared first on .