ଲୋକସଭା ନିର୍ବାଚନ: ବିଜେପି ଜାରି କଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ନାଗପୁରରୁ ଲଢିବେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ  ବିଜେପି ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ରହିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରରୁ ନୀତିନ ଗଡକରୀ ଏବଂ କର୍ନାଲରୁ ମନୋହର ଲାଲ ଖଟ୍ଟର । ତେବେ ପ୍ରଥମ ତାଲିକା ଭଳି ଦ୍ବିତୀୟ ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ […]

ଲୋକସଭା ନିର୍ବାଚନ: ବିଜେପି ଜାରି କଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ନାଗପୁରରୁ ଲଢିବେ ନୀତିନ ଗଡ଼କରୀ
Untitled 1 13

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ  ବିଜେପି ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ତାଲିକାରେ ୭୨ ଜଣଙ୍କ ନାଁ ରହିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରରୁ ନୀତିନ ଗଡକରୀ ଏବଂ କର୍ନାଲରୁ ମନୋହର ଲାଲ ଖଟ୍ଟର । ତେବେ ପ୍ରଥମ ତାଲିକା ଭଳି ଦ୍ବିତୀୟ ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ। ମୁମ୍ବାଇ ଉତ୍ତରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ।

ଦିଲ୍ଲୀର ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀରୁ ଏବଂ ଯୋଗେନ୍ଦ୍ର ଚାନ୍ଦୋଲିଆଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ୍ ଦିଆଯାଇଛି। ସେହିପରି କଳାବେନ ଡେଲକରଙ୍କୁ ଦାଦ୍ରା ନଗର ହାବେଲିରୁ ଟିକେଟ ମିଳିଛି ।