ପାଳିଆ ସେବାକୁ ନେଇ ୨ ସେବାୟତ ମାରପିଟ

ପୁରୀ : ପାଳିଆ ସେବାକୁ ନେଇ ହାତାହାତି ହୋଇଛନ୍ତି ୨ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହତି ହୋଇଥିବା ସୂଚନା ମିଳିଛି । ଗଣ୍ଡଗୋଳରେ ସେବାୟତ ଶ୍ୟାମ ପଣ୍ଡା ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଖି ଓ ଛାତିରେ କ୍ଷତ ସୃଷ୍ଟି ହୋଇଛି। ଆହତ ଶ୍ୟାମ ପଣ୍ଡାଙ୍କ ସହ ପାଳି ଖଟିବାକୁ ନେଇ ଆଉ ଜଣେ ସେବାୟତ ନରସିଂହ ପଣ୍ଡାଙ୍କ ଗଣ୍ଡଗୋଳ ହୋଇଥିଲା। ଶ୍ରୀମନ୍ଦିର ଭିତରେ ମାରପିଟ୍ […]

ପାଳିଆ ସେବାକୁ ନେଇ ୨ ସେବାୟତ ମାରପିଟ
ପାଳିଆ ସେବାକୁ ନେଇ ୨ ସେବାୟତ ମାରପିଟ

ପୁରୀ : ପାଳିଆ ସେବାକୁ ନେଇ ହାତାହାତି ହୋଇଛନ୍ତି ୨ ସେବାୟତ । ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହତି ହୋଇଥିବା ସୂଚନା ମିଳିଛି । ଗଣ୍ଡଗୋଳରେ ସେବାୟତ ଶ୍ୟାମ ପଣ୍ଡା ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଖି ଓ ଛାତିରେ କ୍ଷତ ସୃଷ୍ଟି ହୋଇଛି। ଆହତ ଶ୍ୟାମ ପଣ୍ଡାଙ୍କ ସହ ପାଳି ଖଟିବାକୁ ନେଇ ଆଉ ଜଣେ ସେବାୟତ ନରସିଂହ ପଣ୍ଡାଙ୍କ ଗଣ୍ଡଗୋଳ ହୋଇଥିଲା। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ଉଭୟ ସେବାୟତଙ୍କୁ ପ୍ରଥମେ ସିଂହଦ୍ଵାର ଥାନା ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।