ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ

କାକଟପୁର(ତୁଷାର ଦୀକ୍ଷିତ ) ତା ୧୩/୩, ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କାକଟପୁର ଥାନା ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ସହଯୋଗରେ କାକଟପୁର ବଜାରରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଆୟୋଜନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି l ହାତରେ ବନ୍ଧୁକ ଧରି ସେଣ୍ଟ୍ରାଲ ଫୋର୍ସ ଫ୍ଲାଗ ମାର୍ଚ୍ଚ ଜରିଆରେ ସାଧାରଣ ଲୋକଙ୍କ ମନରେ ଭୟ ଦୂର କରାଇ ବିଶ୍ୱାସ ଓ ଭରଷା ଜାଗ୍ରତ କରାଇବାକୁ ସରକାର […]

ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ

କାକଟପୁର(ତୁଷାର ଦୀକ୍ଷିତ ) ତା ୧୩/୩, ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କାକଟପୁର ଥାନା ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ସହଯୋଗରେ କାକଟପୁର ବଜାରରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଆୟୋଜନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି l ହାତରେ ବନ୍ଧୁକ ଧରି ସେଣ୍ଟ୍ରାଲ ଫୋର୍ସ ଫ୍ଲାଗ ମାର୍ଚ୍ଚ ଜରିଆରେ ସାଧାରଣ ଲୋକଙ୍କ ମନରେ ଭୟ ଦୂର କରାଇ ବିଶ୍ୱାସ ଓ ଭରଷା ଜାଗ୍ରତ କରାଇବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି l କାକଟପୁର ନିର୍ବାଚନ ମଣ୍ଡଳୀର ୧୬ ଗୋଟି ପଞ୍ଚାୟତରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବାକୁ ପୋଲିସ ଏହି ଫ୍ଲାଗମାର୍ଚ୍ଚ ଜରିଆରେ ବାର୍ତ୍ତା ପ୍ରଦାନ କରିଛି l ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ଥାନା ଏଏସଆଇ ପ୍ରମୋଦ କୁମାର ସେଠୀ, ବିଶ୍ୱନାଥ ପଟ୍ଟନାୟକ, ଜୟନ୍ତୀ ସାହୁ,ମନୋରଞ୍ଜନ ପରିଡା, କନେଷ୍ଟବଳ ବବ୍ରୁବାହାନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ