ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ  ଡାବୁଗାଁ, ୧୨/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ଓ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଆରମ୍ଭ ହୋଇଛି | ଏଥିରେ ୨ ସ୍ଥାନରେ ୯ ଟି କୋଠରିରେ ପ୍ରତ୍ୟେକ କୋଠରିରେ ୫୪ ଜଣ ଲେଖାଏଁ ୪୮୬ ଜଣ ତାଲିମ... The post ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ 

ଡାବୁଗାଁ, ୧୨/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ ଓ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଆରମ୍ଭ ହୋଇଛି | ଏଥିରେ ୨ ସ୍ଥାନରେ ୯ ଟି କୋଠରିରେ ପ୍ରତ୍ୟେକ କୋଠରିରେ ୫୪ ଜଣ ଲେଖାଏଁ ୪୮୬ ଜଣ ତାଲିମ ନେଇଛନ୍ତି | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଜଗପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଏହି ତାଲିମ କାର୍ଯ୍ୟକ୍ରମ ୧୫ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷଗୁମୁଡା ବିଡିଓ, ତହସିଲଦାର, ସେକ୍ଟର ଅଧିକାରୀ ମାନେ ତାଲିମ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

The post ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.