କଣ୍ଟିଲୋ ମହାନଦୀରେ ଭାସୁଛି ଶିଶୁକନ୍ୟାର ମୃତଦେହ

ନୟାଗଡ଼: ପୁଣି ଅଲୋଡା ହେଲା ଶିଶୁକନ୍ୟା। କଣ୍ଟିଲୋ ତଳସାହି ନିକଟସ୍ଥ ମହାନଦୀ ଘାଟରେ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଏହି ଶିଶୁ କନ୍ୟାକୁ କେହି ଜଣେ ନଦୀରେ ଫୋପାଡି ଦେଇ ଚାଲିଯାଇଥିବା ଜଣାପଡିଛି। କିଏ ଓ କେଉଁ ପରିସ୍ଥିତିରେ ଶିଶୁ କନ୍ୟାଟିକୁ ଫୋପାଡ଼ି ଦେଇ ଚାଲିଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ପାଣିରେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ କଣ୍ଟିଲୋ ପୁଲିସ ଫାଣ୍ଡି ପହଞ୍ଚି ତଦନ୍ତ କରୁଛି।

baby-girl