ଏସ୍‌‌ସିବିରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ : ପୁଣିଥରେ ଅସୁସ୍ଥ ହୋଇ ଏସ୍‌‌ସିବିରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ଗତକାଲି ଅସୁସ୍ଥ ହୋଇପଡିଥିଲେ କମଳା ପୂଜାରୀ I ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନିଉ ମେଡ଼ିସିନ ଆଇସିୟୁରେ ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି କମଳା ପୂଜାରୀ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ […]

ଏସ୍‌‌ସିବିରେ ପଦ୍ମଶ୍ରୀ କମଳା ପୂଜାରୀ
ଏସ୍‌‌ସିବିରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ : ପୁଣିଥରେ ଅସୁସ୍ଥ ହୋଇ ଏସ୍‌‌ସିବିରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ଗତକାଲି ଅସୁସ୍ଥ ହୋଇପଡିଥିଲେ କମଳା ପୂଜାରୀ I ତାଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନିଉ ମେଡ଼ିସିନ ଆଇସିୟୁରେ ଡାକ୍ତର ଜୟନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଚିକିତ୍ସିତ ହେଉଛନ୍ତି କମଳା ପୂଜାରୀ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ରୋଗରେ ପୀଡିତ ଥାଇ ତାଙ୍କର ମୂତ୍ର ସଂକ୍ରମଣ ହୋଇଥିବା ଜଣାପଡିଛି । ଗତକାଲି ତାଙ୍କର ଅଲଟ୍ରା ସାଉଣ୍ଡ ସମେତ ତାଙ୍କର ଅନ୍ୟାନ୍ୟ ପରୀକ୍ଷା କରାଯାଇଛି ।

ସୂଚନା ଅନୁସାରେ,ସୋମବାର ପଦ୍ମଶ୍ରୀ ପୂଜାରୀ ହଠାତ୍‌‌ ଅଚେତ ହୋଇପଡ଼ିବା ଯୋଗୁଁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା । ମଙ୍ଗଳବାର ସକାଳେ ସେ ଏସ୍‌‌ସିବିରେ ପହଞ୍ଚିଥିଲେ । ଏସସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିବା ସହ ପଦ୍ମଶ୍ରୀ ପୂଜାରୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ । ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା କମଳା ପୂଜାରୀଙ୍କର ମୂତ୍ରାଶୟ ସଂକ୍ରମଣ ହୋଇଛି । ସେ ରକ୍ତହୀନତାର ମଧ୍ୟ ଶିକାର ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତେବେ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସେ ଅସୁସ୍ଥ ହୋଇ ଏସ୍‌‌ସିବିକୁ ଆସିଥିଲେ । ୪ ଦିନ ଧରି ଏଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।